ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ ପର୍ଯ୍ୟାପ୍ତ ପାଚେରୀ ଓ ଫାଟକ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ପଶୁଙ୍କ ପ୍ରତି ପ୍ରତିରୋଧକ ଆଚରଣ, କାମୁଡ଼ା ଚିକିତ୍ସା ଉପରେ କରାଯିବ ସଚେତନ। ପଶୁ ମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସ ଗୁଡିକୁ ଦୂର କରିବା ପାଇଁ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ଅଧିକ ପଢନ୍ତୁ