ଉଛୁଳୁଛି ହୀରାକୁଦ। କ୍ରାଷ୍ଟ ଗେଟ୍ ଦେଇ ହେଉଛି ପାଣି ଲିକ୍। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ବନ୍ଦ ଅଛି । ଫଳରେ ଉପରୁ ପାଣି ଉଛୁଳୁଛି । ଡ୍ୟାମ୍ର ଆଉଟ୍ ଫ୍ଲୋ ଓ ଇନ୍ ଫ୍ଲୋ ସମାନ ରହିଥିବା ବେଳେ ପାଣି ଉଛୁଳୁଥିବା ପ୍ରଥମଥର ଦେଖାଦେଇଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ ପାଣି ଆସୁଥିବା ବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । ହେଲେ ଏହା ପବନ ଯୋଗୁଁ ଏମିତି ହୋଇଥିବା କହିଛନ୍ତି ମୁଖ୍ୟଯନ୍ତ୍ରୀ । ତେବେ ଏହାଦ୍ବାରା ବନ୍ଧ ପ୍ରତି ବିପଦ ଆଶଙ୍କା କରୁଛନ୍ତି ବୁଦ୍ଧିଜୀବି ।