ଉତ୍କଳ ଦିବସ ଅବସରରେ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ଉତ୍କଳ ଦିବସ ପାଳନ ଅବସରରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ପରିସରରେ ଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଦାସ,ଓ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ତରଫରୁ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଓ ସଭାପତି ଵସରିନ ବିବିଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ଅର୍ପଣ କରାଗଲା। ପରେ  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ  ଉତ୍କଳ ସଙ୍ଗୀତ ଅତି ସୁନ୍ଦର ଭାବରେ ଗାନ କରିଥିଲେ। ଉତ୍କ କାର୍ଯ୍ୟରେ ଶରତ କୁମାର ଆଚାର୍ଯ୍ୟ ସମ୍ପାଦକ, ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ, ଗୋପୀନାଥ ସେଠୀ, ସୁଦର୍ଶନ ପ୍ରଧାନ,ଅଜୟ କୁମାର ମିଶ୍ର,ଗଜେନ୍ଦ୍ର କୁମାର ମହାରଣା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital