ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବରେ ରହିବେ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ । ଏ ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଫେସର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି । ସେହିପରି ଧରଣୀଧର ଏବଂ ବିକ୍ରମ ଦେବ ଉଭୟ ବିଶ୍ବବିଦ୍ୟାଳୟ ଘୋଷଣା ହେବା ପରଠୁ କୁଳପତି ନିଯୁକ୍ତ ହୋଇନାହାନ୍ତି । ସେଠାରେ କୁଳପତି ଭାବେ କୁଳସଚିବ ଦାୟିତ୍ବ ନିର୍ବାହ କରୁଛନ୍ତି ।
ତେବେ ସରକାର କୁଳପତି ନିଯୁକ୍ତି ପ୍ରସଙ୍ଗ ନେଇ ମୁହଁ ଖୋଲୁନଥିବା ବେଳେ ବିଶ୍ବବିଦ୍ୟାଳୟ ଏବଂ ଗବେଷଣାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି ।