ରାୟଗଡ଼ା ତା ୧୫/୦୯ (ନିପ୍ର) ରାୟଗଡ଼ା ଜିଲ୍ଲା ଶାଖା ଉତ୍କଳ ସାମ୍ବାଦିକ ଆସୋସିଏସନ୍ ଓ ସାଲାର୍ ଫାଉଣ୍ଡେସନ ତରଫରୁ ଆଜି ସୁସ୍ଥ ପରିବେଶ କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳ ରାୟଗଡ଼ା ବ୍ଳକର ପୁଲକଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିବେଶ କୁ ସ୍ବଚ୍ଛ ଓ ସ୍ଵସ୍ଥ ରଖିବା ପାଇଁ ୨୦୦ ବୃକ୍ଷ ରୋପଣ କରାଯାଇଛି। ସୂଚନା ମୁତାବକ ଏବେ ଏହି ଦୁର୍ଗମ ଜିଲ୍ଲାର ଜଙ୍ଗଲ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଏହାଦ୍ବାରା ଜଳବାୟୁ ପରିବର୍ତ୍ତନ ସହ ଗ୍ଲୋବାଲ ୱାର୍ମିଂର ଶିକାର ହେଉଛି । ଯାହା ଫଳରେ ଉତ୍କଳ ସାମ୍ବାଦିକ ଆସୋସିଏସନ୍ ରାୟଗଡ଼ା ଶାଖା ପକ୍ଷରୁ ନିଜର ମାନବିକତା ଓ କର୍ତ୍ତବ୍ୟପରୟଣତା ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ଗ୍ରହଣ କରିଛି । ଉତ୍କଳ ସାମ୍ବାଦିକ ଆସୋସିଏସନ୍ ରାୟଗଡ଼ା ଶାଖାର ସଭାପତି ସୁରେଶ ଦାଶ କହିଛନ୍ତି ଯେ, ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଆଗକୁ ଆହୁରି ତ୍ୱରାନ୍ୱିତ କରି ସର ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଙ୍ଘ ତରଫରୁକରାଯିବ ନେଇ ପ୍ରତିଶ୍ରୁତିବଦ୍ଧ। ସାଲାର ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରମୋଦ କୁମାର ପଣ୍ଡାଙ୍କ ଏହି କାର୍ଯ୍ୟକ୍ରମରେ ଯେଉଁ ସହଯୋଗ ରହିଥିଲା ତାହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ ବୋଲି ଶ୍ରୀ ଦାଶ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ତଥା ଜନଭରସାର ସଂପାଦକ ଶିବାଜି ଦାସ, ଉତ୍କଳ ସାମ୍ବାଦିକ ଆସୋସିଏସନ୍ ରାୟଗଡ଼ା ଶାଖାର ସମ୍ପାଦକ ବିଜୟ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୁଲକଣା ଗ୍ରାମର ଗ୍ରାମବାସୀ ତଥା ମହିଳାମାନଙ୍କ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଜନଭରସାର ସଂପାଦକ ଶିବାଜି ଦାସ କହିଛନ୍ତି ।
