ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ,ନୂତନ କର୍ମକର୍ତ୍ତା ଚୟନ l


ରାୟଗଡ଼ା/୩/୧୧ ଆଜି ରାୟଗଡା ସହର ସ୍ଥିତ ଗାୟତ୍ରୀନଗର ବରିଷ୍ଟ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଛି lଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ ଓ ରାଜୀବ ଲୋଚୋନ ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଟିତ ବୈଠକରେ ଜିଲ୍ଲାର ସାଙ୍ଗଠାନିକ ସଂଘକୁ ପୁନଃ ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସୁରେଶ ଦାସଙ୍କୁ ପୁନର୍ବାର ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସିମାଞ୍ଚଳ ପଣ୍ଡା, ସଂପାଦକ ଭାବେ ରାଜିବ ପଣ୍ଡା, ସହ ସଂପାଦକ ଗଣେଶ ପାତ୍ର, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ପ୍ରଧାନଙ୍କୁ ଚୟନ କରାଯାଇଛି l

ସେହିପରି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ବରିଷ୍ଟ ସ୍ତମ୍ଭକାର ମନୋରଞ୍ଜନ ଦଳେଇ,ନନ୍ଦକିଶୋର ପଟ୍ଟନାୟକ,ରାଜେଶ ମହାନ୍ତିଙ୍କୁ ମନୋନୀତ କରାଯାଇଛି। ବୈଠକରେ ପ୍ରତ୍ୟେକ ବ୍ଳକରେ ନୂତନ ସଦସ୍ୟ ସଂଗ୍ରହ,ଭୂବେନେଶ୍ଵର ଠାରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିବା ବିଷୟରେ ପୁନର୍ବାର ଆଲୋଚନା, ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା,ସଂଘର ବାର୍ଷିକ ଦେୟ ସଂପର୍କିତ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏହି‌ ବୈଠକରେ ଅନ୍ୟ ମାନଙ୍କ ସାମ୍ବାଦିକ ମଧ୍ୟରେ ଅମୁଲ୍ୟ ନିସଙ୍କ, ଆଶୁତୋଷ ପଟ୍ଟନାୟକ, ଲାଡି ଶଙ୍କର,ଦକ୍ଷ ବାତ୍ରା, ସୁଦିପ୍ ମିଶ୍ର, କୈଳାସ ଲବଲା,ବ୍ରୁନ୍ଦାବନ ତୁଲ, ପି.ରାମବାବୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମୋନରଞ୍ଜନ ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅଧିକ ପଢନ୍ତୁ