ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ ।

ପହଞ୍ଚିଲା ଆଳୁ ଟ୍ରକ, ଖସୁନି ଦର । ପୁଣି ଥରେ ୬୦ ପାର କରିଲା ରେଟ୍ । ଆଗକୁ ଆହୁରି ଦର ବଢିବା ସମ୍ଭାବନାରେ ଚିନ୍ତାରେ ଖାଉଟି । ଉତ୍ତରପ୍ରଦେଶରୁ ୩୦୦ ଆଳୁ ଟ୍ରକ ଆସି ପହଞ୍ଚିଛି । ୫ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଏବେ ରହିଛି ୬୦ ଟଙ୍କା । ସେପଟେ ବ୍ୟବସାୟୀମାନେ କହିବା କଥା ହେଲା କଲିକତାରୁ ଆଳୁ ଆସିବା ବନ୍ଦ ହେବା ନେଇ ଆଳୁ ଦର ବୁଦ୍ଧି ପାଇଛିା ।

ସରକାର ଦର ଦାମ ନିୟନ୍ତଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।ଅନ୍ୟପଟେ ଓଡ଼ିଶା ସମେତ ଭିନ୍ନ ରାଜ୍ୟ ଆଳୁ ବ୍ୟବସାୟୀଙ୍କଠାରେ କୋଟି କୋଟି ଟଙ୍କା ବାକି ପଡିଥିବାବେଳେ ଆଳୁ ରପ୍ତାନି କରା ନ ଗଲେ ଏ ସମସ୍ତ ଟଙ୍କା ବାଟମରଣା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଆଳୁ ଗାଡି ଅଟକାଇବା ଓ ଆଳୁ ଗାଡି ଡ୍ରାଇଭରଙ୍କୁ ର଼୍ୟାଗିଂ କରିବା ବନ୍ଦ ନ କଲେ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ କର୍ମବିରତି ଧର୍ମଘଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଚାପ ପକାଇଛନ୍ତି।

ଅଧିକ ପଢନ୍ତୁ