ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା

ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ। ନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ। ଗତ ୬ ମାସ ହେଲା ମୃତ ଯୁବତୀ ଉତ୍ତରାଖଣ୍ଡର ଲାଲପୁରରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ । ପୋଲିସ ସିସିଟିଭି ଆଧାରରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରା ଉଚରା କରିଥିଲା । ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ

Odisha Darpan Digital