ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

୨ ଦିନ ମଧ୍ୟରେ ଭଦ୍ର ଚୋରକୁ ଧରିଛି ଦିଲ୍ଲୀ ପୁଲିସ | ଦିଲ୍ଲୀରେ ଏକ କୋଟି ଟଙ୍କାର କଳସ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରିଛି | ବାସ୍ତବରେ କଳସ ଚୋରି ମାମଲା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତୁରନ୍ତ ସକ୍ରିୟ ହୋଇପଡିଥିଲା |ଆଉ ୪୮ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରାଯାଇଛି। କଳସ ଚୋରି କରିଥିବା ଚୋର ହାପୁର ପଳାଇ ଯାଇଥିଲା ଓ ପୋଲିସ ତାକୁ ସେଠାରୁ ଗିରଫ କରି ଦିଲ୍ଲୀ ଆଣିଥିଲା।ସୂଚନାନୁଯାୟୀ ଅଭିଯୁକ୍ତ ଭୂଷଣ ବର୍ମା ଗତ ସପ୍ତାହରେ ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ ୧.୫ କୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି କରିନେଇଥିଲେ । ଜାତୀୟ ରାଜଧାନୀର ଲାଲକିଲ୍ଲା ଏକ ହାଇ ସିକ୍ୟୁରିଟି ଜୋନ। ଏଠାରେ ପ୍ରାୟତଃ କଡ଼ା ସିକ୍ୟୁରିଟି ଥାଏ। ଏହା ସତ୍ତ୍ୱେ ଲାଲକିଲ୍ଲା ପରିସରରୁ ଚୋରମାନେ ସୁନା କଳସ ଚୋରାଇ ନେଇଥିଲେ ।

ଚୋରି ହୋଇଥିବା କଳସର ଓଜନ ୭୫୦ ଗ୍ରାମ ଓ ଏହା ସୁଧ ସୁନାରେ ତିଆରି ହୋଇଥିଲା ବୋଲି କୁହାଯାଉଛି। ଏହି କଳସରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ପାନ୍ନା ଜଡିତ ହୋଇଥିଲା। ସୁନା କଳସ ଚୋରି ହୋଇଯାଇଥିବା ଜାଣିବା ପରେ ସେଠାକାର ଲୋକମାନେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଲାଲକିଲ୍ଲା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସନ୍ଦିଗ୍ଧର ଗତିବିଦ୍ଧି ରେକର୍ଡ କରିଥିଲେ ଓ ଅଧିକାରୀମାନେ ସନ୍ଦିଗ୍ଧକୁ ଚିହ୍ନଟ କରିବା ପରେ ବର୍ତ୍ତମାନ ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ ।ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଇଥିଲା।ବର୍ତ୍ତମାନ ପୋଲିସ ଅଧିକାରୀମାନେ କହୁଛନ୍ତି ଯେ ଲାଲକିଲ୍ଲା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ, ଯାହା ଦ୍ୱାରା ଏପରି ଘଟଣା ପୁନରାବୃତ୍ତି ନହୁଏ।

ଅଧିକ ପଢନ୍ତୁ