ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା: ଉପମୁଖ୍ୟମନ୍ତ୍ରୀ

ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସ ଜରିଆରେ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ମିଶନ ବାତ୍ସଲ୍ୟରେ ଶୁଭମ୍‌କୁ ସହାୟତା ମିଳିବ।ମହିଳା ଶିଶୁ ବିକାଶ ବିଭାଗ ନେବେ ତ୍ୱରିତ ପଦକ୍ଷେପ। ସୂଚନାମୁତାବକ ଦୃଷ୍ଟିବାଧିତ ମହିଳା ଜୟନ୍ତୀ ମଲ୍ଲିକଙ୍କ ଛୁଆ ଚୋରି ନେଇ ରବିବାର ଖାରବେଳନଗର ଥାନାରେ କେସ ନମ୍ବର ୧୬୨ରେ ଏକ ମାମଲା ରୁଜୁ ହୋଇଥିଲା । ସମ୍ବେଦନଶୀଳ ପ୍ରସଙ୍ଗରେ ୬ ଟି ସ୍ପେଶାଲ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ହ୍ୟୁମାନ ଇଣ୍ଟେଲିଜେନ୍ସ , ଟେକ୍ନିକାଲ ଇଣ୍ଟେଲିଜେନ୍ସ, ୫ ଶହ ସିସିଟିଭି ଯାଞ୍ଚ, ଜିଆରପି ଓ ଆରପିଏଫ ସହଯୋଗରେ ବାଲେଶ୍ୱର ଖନ୍ତାପଡା ଥାନା ଅଞ୍ଚଳରୁ ଝେଲମ ପଣ୍ଡାଙ୍କୁ କାବୁ କରାଯାଇଥିଲା । ତାଙ୍କ ସହଯୋଗରେ କେଦାରସେନକୁ ଗିରଫ କରାଯାଇଛି । କେଦାରସେନ ନାଁରେ ଯାଜପୁର ଓ ପାହାଳ ଥାନାରେ ପୂର୍ବରୁ ଗାଡି ଚୋରି କେସ ଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତଙ୍କୁ ବାଇକରେ ଲିଫ୍ଟ ଦେଇଥିବା ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଅଧିକ ପଢନ୍ତୁ

kc ads