ଏଣିକି ଉଧାର ମାତୃତ୍ୱ(ସରୋଗେସୀ) ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ଏଣିକି ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ସରୋଗେସୀ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ କାର୍ଯ୍ୟକାରୀ ହୋଇଛି ।ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । ସେହିପରି ଜଣେ ରାଜ୍ୟ ପୁରୁଷ କର୍ମଚାରୀ ଯଦି ୨ରୁ କମ୍ ଜୀବିତ ସନ୍ତାନ ଥାଇ କମିଶନିଂ ଫାଦର ହୁଅନ୍ତି ତାଙ୍କୁ ସନ୍ତାନ ଜନ୍ମ ତାରିଖରୁ ୬ମାସ ମଧ୍ୟରେ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳିବ । କମିଶନିଂ ଫାଦର ଅର୍ଥାତ୍ ସରୋଗେସୀ ମାଧ୍ୟମରେ ଜନ୍ମିତ ସନ୍ତାନର ଜୈବିକ ପିତା ।ମାତୃତୃ ଓ ପିତୃତ୍ୱ ଛୁଟି ସୁବିଧା ଲାଭ କରିବା ପାଇଁ ସରୋଗେଟ୍ ମଦର ଓ କମିଶନିଂ ଅଭିଭାବକ ମଧ୍ୟରେ ସରୋଗେସୀ ଉପରେ ହୋଇଥିବା ରାଜିନାମା ଓ ପଞ୍ଜିକୃତ ଡାକ୍ତର ଓ ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସଂକ୍ରାନ୍ତ ଦସ୍ତାବିଜ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।