୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ରୋଡ଼ମ୍ୟାପ ପ୍ରସ୍ତୁତ କଲା ବିଭାଗ। ଯେଉଁ ଗାଁଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ। ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକ ମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ, ମାତୃ ଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲାଗୁ କରି ବର୍ଷରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁକୁ ବିକଶିତ କରାଯିବ ପଟେ ଆହୁରି ଅଧିକ ଗାଁକୁ ବିକଶିତ କରାଯିବ।