ଉନ୍ନୟନ କମିଶନର ଅନୁ ଗର୍ଗ ପୁରୀ ଗସ୍ତରେ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ।ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି, “ମତେ ଏହି ଘଟଣା ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି । ଦଳାଚଟକାରେ ଭକ୍ତଙ୍କ ମୃତ୍ୟୁ ବହୁତ୍ ଦୁଃଖଦ ଘଟଣା। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଏହି ଭଳି ସ୍ଥିତି ଯେଭଳି ଆଉ ହେବ ନାହିଁ ସେନେଇ ମଧ୍ୟ ସରକାରଙ୍କୁ ଅବଗତ କରାଯିବ। ସେ ଆହୁରି କହିଛନ୍ତି ଯେ ପୁରୀ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଭାର ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢୀ ଏବେବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି। ପୁରୀ ଏସପି ପିନାକ ମିଶ୍ର ପୂର୍ବ ରଥ ଯାତ୍ରାରେ ପୁରୀ ଏସପି ଭାବେ ଦାୟିତ୍ଵ ସଫଳ ଭାବେ ତୁଲାଇଛନ୍ତି।

ଅଧିକ ପଢନ୍ତୁ

kc ads