ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍

ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍। ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚନ କରି କହିଛନ୍ତି, ଏହି ପୋର୍ଟାଲରେ ଅଙ୍ଗନଓ୍ବାଡ଼ି କର୍ମୀ ଶିଶୁଙ୍କ ତଥ୍ୟ ଅପଲୋଡ୍‌ କରିବେ କରିବେ। ଏଥିସହିତ ଏହି ପୋର୍ଟାଲ ଶିଶୁଙ୍କ ଯତ୍ନ ଏବଂ ବିକାଶ ଦିଗରେ କାମ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ପ୍ଲାଟଫର୍ମର ଲକ୍ଷ୍ୟ ଅଙ୍ଗନୱାଡି କର୍ମୀମାନଙ୍କୁ ସେମାନଙ୍କ ଯତ୍ନାଧୀନ ଶିଶୁମାନଙ୍କ ବିଷୟରେ ପ୍ରକୃତ-ସମୟ ସୂଚନା ଅପଲୋଡ୍‌ କରିବାକୁ ସକ୍ଷମ କରି ତଥ୍ୟ ସଂଗ୍ରହକୁ ସୁଗମ କରିବା। ଏହି ଡିଜିଟାଲ ଡାଟାବେସ୍‌ ରାଜ୍ୟବ୍ୟାପୀ ଶିଶୁ ପୁଷ୍ଟିସାର, ଯତ୍ନ ଏବଂ ସୁରକ୍ଷା ସେବାର ଉତ୍ତମ ଯୋଜନା ଏବଂ କାର୍ଯ୍ୟାନ୍ବୟନକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି।କାରଣ ଏବେବି ରାଜ୍ୟରେ ଅପପୃଷ୍ଟି ରହିଛି, ଯାହାକୁ ରୋକିବା ଦିଗରେ ଏବେ କାମ ଚାଲିଛି।  ୩ ମାସରେ ଗୋଟିଏ ବ୍ଲକ ଅପପୃଷ୍ଟି ମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି

ଅଧିକ ପଢନ୍ତୁ

Odisha Darpan Digital