ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ

ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଏହା ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଆନ୍ଧ୍ରରେ ବ୍ୟାପକ କ୍ଷୟକ୍ଷତି କରିବା ଆଶଂକା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ ହୋଇଛି । ବିଶେଷ କରି ବିଜୟୱାଡ଼ା, ରାଜମୁଣ୍ଡ୍ରି, କାକିନାଡ଼ା, ବିଶାଖାପାଟଣା ଏବଂ ଭୀମାବରମ ରୁଟରେ ଟ୍ରେନ୍ କ୍ୟାନସେଲ କରାଯାଇଛି । ଆଜି ଏବଂ ଆସନ୍ତାକାଲି ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିବ। ଓଡ଼ିଶା-ଆନ୍ଧ୍ର କରିଡରରେ ମଧ୍ୟ ଟ୍ରେନ ବାତିଲ କରିଛି ଇଷ୍ଟ କୋଷ୍ଟ ରେଲୱେ । ଫ୍ଲାଇଟ ଅପରେସନ୍ ମଧ୍ୟ ବ୍ୟାହତ ହୋଇଛି ।ବିଶାଖାପାଟଣା ଏୟାରପୋର୍ଟରୁ ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ କରାଯାଇଛି। କେବଳ ଆଜି ପାଇଁ ଫ୍ଲାଇଟ ଅପରେସନ ବନ୍ଦ ।

ଅଧିକ ପଢନ୍ତୁ

Odisha Darpan Digital