ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଶନିବାର ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୬ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା ସହ ପାଗ କୋହଳା ରହିଛି।ଉପକୂଳ ଓଡିଶାର ଭଦ୍ରକ , କଟକ, ଜଗତସିଂହପୁର ,କେନ୍ଦ୍ରାପଡା , ନୟାଗଡ, ଖୋର୍ଦ୍ଧା, ପୁରୀ ରେ ଆକାଶ ମେଘୁଆ ରହିଛି | କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ |

ଅଧିକ ପଢନ୍ତୁ

kc ads