ଉପନିର୍ବାଚନ ପୂର୍ବରୁ ନୂଆପଡାରେ ଫୁଟିଲା ଗୁଳି

ଉପନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ଅଶାନ୍ତ କରିବାକୁ କୌଣସି ପ୍ରକାର ସୁଯୋଗ ଛାଡୁନି ବିଜେପି ।  ପ୍ରଶାସନ ଓ ପୋଲିସକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରିଛି । ଏପରି ସ୍ଥିତିରେ ବ୍ଲାକ୍ ଫାୟରିଂ କରି ଶାନ୍ତ ନୂଆପଡ଼ାକୁ ଅଶାନ୍ତ ମଧ୍ୟକୁ ଠେଲି ଦେବାକୁ ଉଦ୍ୟମ କରାଯାଇଛି ।କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜଣେ ବିଜେପି ବିଧାୟକଙ୍କ ପିଏସଓ ବ୍ଲାଙ୍କ ଫାୟାରିଙ୍ଗ କରିଥିବା ସୂଚନା ମିଳିଛି । ଏନେଇ କଂଗ୍ରେସ କର୍ମୀ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ରାତିରେ ଏହି ଫାୟାରିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ପକ୍ଷରୁ ନିର୍ବାଚନ ସାଧାରଣ ପର୍ୟ୍ୟବେକ୍ଷକ ଶ୍ରୀ ପ୍ରକାଶ ବିନ୍ଦୁଙ୍କ ନିକଟରେ ଏହି ଅଭିଯୋଗ କର ଯାଇଛି।

ଅଧିକ ପଢନ୍ତୁ

Odisha Darpan Digital