ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଦାୟର କରିଥିବା ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଅଗଷ୍ଟ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।
ଫୌଜଦାରୀ ମାମଲାଗୁଡ଼ିକର ସାନି ସ୍ଥିତି ନେଇ ମଧ୍ୟ ସତ୍ୟପାଠରେ ତଥ୍ୟ ନାହିଁ। ଶ୍ରୀ ସିଂହଦେଓ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ନିଜ ସ୍ଥାବର, ଅସ୍ଥାବର ସଂପତ୍ତିର ଠିକ ତଥ୍ୟ ଦେଇ ନଥିଲେ। ତାଙ୍କ ବ୍ୟାଙ୍କ ଖାତାରେ ଥିବା ଅର୍ଥ ଓ ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ପ୍ରସଂଗରେ ଶ୍ରୀ ସିଂହଦେଓ ସତ୍ୟପାଠରେ ସବୁ ତଥ୍ୟ ଦେଇ ନାହାନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏଭଳି ସ୍ଥିତିରେ ଶ୍ରୀ ସିଂହଦେଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଯାଇଥିଲା।