ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ଏନଡିଏ ସାଂସଦ ଉପସ୍ଥିତ ଥିବା ଦେଖାଯାଇଥିଲା। ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଥିଲେ ବୋଲି ଜଣାପଡ଼ିଛି।ତାମିଲନାଡୁ ବାସୀ ସିପି ରାଧାକ୍ରିଷ୍ଣନ ଦୁଇଥର କୋୟମ୍ବାଟୁରର ସାଂସଦ ରହିଛନ୍ତି । ଭାରତୀୟ ଜନତା ପାର୍ଟିରେ ବହୁତ ଦିନରୁ ସକ୍ରିୟ ରହିଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ରର ରାଜ୍ୟପାଳ ରହିଛନ୍ତି ।ରବିବାର ବିଜେପି ନେତୃତ୍ୱାଧୀନ ଏନଡିଏ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ ଏହି ଘୋଷଣା କରାଯାଇଥିଲା। ତାଙ୍କ ନାମ ଘୋଷଣା ହେବା ପରେ ସହଯୋଗୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ