ପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭୋଟ୍ ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ସଂସଦ ଭବନ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉପରାଷ୍ଟ୍ରପତି ରେସ୍ରେ ଏନ୍ଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ଏଥିପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି । ଏହି ଇଲେକ୍ଟୋରାଲ କଲେଜରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ ସାଂସଦଙ୍କୁ (ମୋଟ ୭୮୧) ସାମିଲ କରାଯାଇଛି । ତେବେ ବିଜେଡି (ବିଜୁ ଜନତା ଦଳ) ଓ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ନିର୍ବାଚନରୁ ବିରତ ରହିବେ ବୋଲି ଘୋଷଣା କରିସାରିଛନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୮୬ଟି ଭୋଟ ହାତେଇବା ଜରୁରୀ ହୋଇପଡିଛି ।
