ଉପସ୍ଥାପିତ ହେଲା ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ,ବଢିଛି ମୁଣ୍ଡପିଛା ଆୟ

ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର (ଜିଏସଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି। ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ 2025-26 ରେ 5.3% ଅଭିବୃଦ୍ଧି କରାଯାଇଛି । ଯାହା ସର୍ବ ଭାରତୀୟ ସ୍ତରରେ 3.1 ପ୍ରତିଶତ ଥିଲା । ୨୦୨୫-୨୬ (ଅଗ୍ରୀମ ଆକଳନ) ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି | ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି| କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ।ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଛନ୍ତି। ଶିକ୍ଷା ବଜେଟରେ ୩୮% ବୃଦ୍ଧି ହୋଇଛି। ବିଦ୍ୟାଳୟ ଭିତ୍ତିଭୂମି ଓ ଡିଜିଟାଲ ସୁବିଧା ବୃଦ୍ଧି କରିଛନ୍ତି। ବିଶ୍ୱ କୌଶଳ କେନ୍ଦ୍ର ମାଧ୍ୟମରେ ଉଚ୍ଚ ନିଯୁକ୍ତି ହାର ବଢିଛି। ମହିଳାଙ୍କୁ ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ଉନ୍ନତି ଘଟିଛି। ଉଚ୍ଚ ଶିକ୍ଷାରେ ୩୪ ପ୍ରତିଶତ ଅନୁସଚିତ ଜାତି ଓ ଜନଜାତୀଙ୍କୁ ଭତ୍ତି କରାଯାଇଛି।

ଅଧିକ ପଢନ୍ତୁ