ଉପ-ମୁଖ୍ୟମନ୍ତ୍ରୀଙ୍କ ନାରୀ ସୁରକ୍ଷା ମନ୍ତ୍ର,ଶିକାର ହେଲେ ବିରୋଧ କର

କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ନେଇ ଲୋକସେବା କର୍ମଚାରୀଙ୍କ ପାଇଁ କର୍ମଶାଳା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହେଲା ପ୍ରଥମ କର୍ମଶାଳା । କେମିତି ରୋକି ହେବ ଯୌନ ନିର୍ଯାତନା, ଲୋକସେବା ଭବନ ବୈଠକରେ ସାମିଲ ହେଲେ ପୁରୁଷ ଓ ମହିଳା କର୍ମଚାରୀ ।ଝିଅ ପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ ।

ମୋର ଅନୁରୋଧ ଶିକାର ହେଲେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।  ନିଜ ଅଧିକାର ପାଇଁ ସ୍ବର ଉଠାଇବା ଅପରାଧ ନୁହେଁ ।  ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ।  ଯୌନ ଉତ୍ପୀଡ଼ନ ଉପରେ ରୋକ ଲଗାଇବା ପାଇଁ ଜନସଚେତନତା ସହ ଦୋଷୀଙ୍କ ପାଇଁ କଠୋର ଦଣ୍ଡବିଧାନ ପ୍ରତି ଆମ ସରକାର ଗୁରୁତ୍ବ ଦେଇଆସିଛନ୍ତି ।ଏହି ଆଇନକୁ ଆଇନରେ ସୀମିତ ନରଖି ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ବ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି , ମା ’ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ । ଯୌନ ନିର୍ଯାତନା ନେଇ ପୁଅଙ୍କର ବି ଚିଠି ଆସିଛି, ସେମାନେ ନିର୍ଯାତନାର ଶିକାର ହୋଇଛନ୍ତି । କୌଣସି ଅଭିଯୋଗ ଭୁଲ୍‌ ପ୍ରମାଣିତ ହେଲେ ସମାଜରେ ସେମାନେ ସମ୍ମାନ ହରାଉଛନ୍ତି । ଅଜଥାରେ ଭୁଲ୍‌ ଅଭିଯୋଗ କରନ୍ତୁ ନାହିଁ ।  ପ୍ରଥମେ ନିଜକୁ ଶିକ୍ଷିତ କରିବା ଏବଂ କର୍ମ କ୍ଷେତ୍ରକୁ ନିରାପତ୍ତା କରିବା । 

ଅଧିକ ପଢନ୍ତୁ

kc ads