ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ହାଇକୋର୍ଟରେ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।ସବୁବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ ।

ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ଏଥର ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି ହାଇକୋର୍ଟ ।ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା କରୁଛି ପ୍ରଶାସନ । ସିଡିଏ ପଟରୁ କିମ୍ବା ନୂଆପାଟଣା ବ୍ରିଜ ପଟରୁ ଏସସିବି ଆସୁଥିବା ଆମ୍ବୁଲାନ୍ସ କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରୁ ଏହି ଗ୍ରୀନ କରିଡର ଦେଇ ଏସସିବିରେ ସୁବିଧାରେ ପହଁଚି ପାରିବେ । କଟକ ଜିଲ୍ଲା ପ୍ରଶାସନ ଉପର ବାଲିଯାତ୍ରା ପଡ଼ିଆରେ ୬୦୧ ଟି ଷ୍ଟଲ କରୁଥିବା ବେଳେ ତଳ ବାଲିଯାତ୍ରା ପଡିଆରେ ୧୨୫୦ ଟି ସରକାରୀ ଷ୍ଟଲ ଓ ୫୮୭ ଟି ବେସରକାରୀ ଷ୍ଟଲ କରୁଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

ଅଧିକ ପଢନ୍ତୁ