କେନ୍ଦ୍ର ସରକାର ଜିଏସଟିରେ ବଡ଼ ସଂସ୍କାର ଆଣିଛନ୍ତି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ କରାଯାଇଛି। ଓଡ଼ିଶାର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁ ପତ୍ର ତୋଳାଯାଉଛି। ଗରିବ ଲୋକ ଏହା ଉପରେ ନିର୍ଭରଶୀଳ। ୨୦୧୭ ଜୁଲାଇ ୧ରେ କେନ୍ଦୁ ପତ୍ର ଉପରେ ୧୮% GST ଲାଗୁ ହେଲା । ତେବେଠାରୁ ବିଜେଡି ଏହା ବିରୋଧରେ ପ୍ରତିବାଦ କରିଛି। ୨୦୨୨ ନିର୍ମଳା ସୀତାରମଣ ଥିବା ସମୟରେ ନବୀନ ପଟ୍ଟନାୟକ ଏହାକୁ ୦% କରିବାକୁ ଚିଠି ଲେଖିଥଲେ। ୨୦୨୩ ରେ ଦାବି ହୋଇଥିଲା। ଯାହା ହେଉ ଏବେ ଏହାକୁ ୫% କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର। ନୂତନ ସ୍ଲାବ ଜିଏସ୍ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ନିରଞ୍ଜନ ପୂଜାରୀ ଜିଏସ୍ଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ । କେନ୍ଦୁପତ୍ର ଓଡ଼ିଶାର ସାମଗ୍ରୀ। ଏହାର ଉତ୍ପାଦନ ଗୁଣାତ୍ମକ। ଏହାକୁ ୦% GST କରିବାକୁ ଦାବି କରିଥିଲା ବିଜେଡି। ହେଲେ ଏହା ହୋଇ ପାରିଲାନି। ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଥିଲେ, GST କାଉଁସିଲରେ ବି ଦାବି ହୋଇଥିଲା। ଗରିବ ଆଦିବାସୀ କେନ୍ଦୁପତ୍ର ତୋଳନ୍ତି। ପାହାଡିଆ ଅଞ୍ଚଳରେ ଏହା ହୁଏ। ଟେକ୍ସଟାଇଲ ଦୁଇ ଭାଗରେ ଅଛି। ହ୍ୟାଣ୍ଡଲୁମ ଓ ପାୱାରଲୁମ। ଏହା ଉପରେ ବି ୫% ଜିଏସଟି ଲଗାଯାଇଅଛି।
ପାୱାରଲୁମରେ କମ୍ପାନୀ ଅନ୍ତର୍ଭୁକ୍ତ। ହେଲେ ହ୍ୟାଣ୍ଡଲୁମରେ 0% GST କରିବାକୁ ଦାବି ହୋଇଥିଲା। କାରଣ ଏଥିରେ ବୁଣାକାର ଅନ୍ତର୍ଭୁକ୍ତ। ରେଡ଼ିମେଡ଼ ଲୁଗା କିଣିଲେ ଟିକସ ଦେବାକୁ ପଡିବ। କାରଣ ଆପାରେଲରେ ଟିକସ ବଢିଛି। ସ୍ଲାବ ପରିବର୍ତ୍ତନରେ କ୍ଷତି ହେଲେ, କ୍ଷତି ଭରଣା ନେଇ ସ୍ପଷ୍ଟୀକରଣ ନାହିଁ ବୋଲି ବିଜେଡି କହିଛି। ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି ।