ଋତୁରାଜ ଏବଂ ନୀତିଶଙ୍କୁ ଝଟକା, ଲାଗିଲା ଜରିମାନା

ଶ୍ରେୟସ ଆୟର ଏବଂ ଶୁବମନ ଗିଲଙ୍କ ପରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାୟକୱାଡଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ । ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଋତୁରାଜଙ୍କ ଉପରେ ଏହି ଜରିମାନା ଲାଗିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ବେଳେ ଚତୁର୍ଥ ଅମ୍ପାୟରଙ୍କ ସହି ତାଙ୍କର ଯୁକ୍ତିତର୍କ ହୋଇଥିଲା। ୧୯ତମ ଓଭରରେ ଏହି ଘଟଣା ଘଟିଥିଲା। ଚେନ୍ନାଇର ଆଦ୍ରତା ପରିବେଶରୁ ପ୍ରବଳ ଝାଳ ବୋହି ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଗ୍ଲୋଭ୍ସ ଓଦା ହୋଇଯାଇଥିଲା। ଏହାକୁ ବଦଳ ପାଇଁ ସେ କରିଥିବା ଅନୁରୋଧକୁ ଅମ୍ପାୟର ଅଗ୍ରାହ୍ୟ କରିଥିଲେ। ସେ ଆଉଟ ହୋଇଯିବା ପରେ ରାଣା ହତୋତ୍ସାହିତ ହୋଇ ବିରକ୍ତି ପ୍ରକାଶ କରିବା ସହ ଚତୁର୍ଥ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ତାଙ୍କୁ ଏକ ଡିମେରିଟ୍‌ ପଏଣ୍ଟ ମଧ୍ୟ ଦିଆଯାଇଛି।

ଅଧିକ ପଢନ୍ତୁ