ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି

ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ସୂଚନା ଦେଇଛି।ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏ ଛୁଟି ନେଇପାରିବେ। ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ମାସିକ ଧର୍ମ ପାଇଁ ଅତିରିକ୍ତ ୧୦ଦିନ ସାମୟିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଅର୍ଥ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲା। ଅର୍ଥାତ୍ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନ ଛୁଟି ପାଇପାରୁଥିଲେ। ଏବେଠାରୁ ସେମାନେ ବାର୍ଷିକ ୨୭ ଦିନ ଛୁଟି ପାଇବେ।

ଅଧିକ ପଢନ୍ତୁ