ବିଦେଶୀ ପକ୍ଷୀ ଗୋଡ଼ରେ ଲାଗିଛି ଅଜଣା ଟ୍ୟାଗ । ଋଷିକୂଲ୍ୟା ମୁହାଣରେ ବୁଲୁଥିବା ଅବସ୍ଥାରେ ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ଏହି ଚିତ୍ର । ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ହୋଇଥିବା ସୂଚନା ।ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗ୍ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଥାଏ । ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡ଼ିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା ମଧ୍ୟ କରାଯାଇଥାଏ ବୋଲି ପରିବେଶବିତ୍ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ତେବେ କିଏ ଟ୍ୟାଗ୍ ଲଗାଇଛି ତାହା ଜଣା ପଡ଼ିନାହିଁ
