ଅପପୁଷ୍ଟି ମୁକ୍ତ ଓଡିଶା ସରକାରଙ୍କ ଲକ୍ଷ୍ୟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଅପପୁଷ୍ଟିର କାରଣ ଖୋଜିବାକୁ ବିଭାଗ ତତ୍ପର । ଅପପୁଷ୍ଟି ପିଲା ନଥିବା ଅଙ୍ଗନବାଡିକୁ ପୁରସ୍କାର ମିଳିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ୍ କରାଯିବ ।ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରିବାକୁ ପ୍ରଥମେ ଆମେ ସୁନିଶ୍ଚିତ କରିବୁ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । କୁ ପୋଷଣକୁ ହଟାଇବା ପାଇଁ ଟେକନୋଲୋଜିର ବ୍ୟବହାର ମହିଳା ଓ ଶିଶୁ ବିକାଶ ବିଭାଗ ଲଗାତାର ପ୍ରୟାସ କରୁଛି । ଏଆଇ ବେସଡ଼ ଅଙ୍ଗନବାଡି ହେବ, ସେତେବେଳେ ଓଡିଶା ଆଗରେ ରହିବ । ଏବଂ ଏଥିରେ ରାଜ୍ୟର ନିଜସ୍ୱ ଜ୍ଞାନ କୌଶଳ ବ୍ୟବହାର କରାଯିବ।
