ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟିଲା ଯୁବକ । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ ।ଯୁବକର ଘର ଖୋର୍ଦ୍ଧା ଜଟଣୀରେ ବୋଲି ଜଣାପଡ଼ିଛି । କିଛିଦିନ ହେବ ନାବାଳିକାଙ୍କୁ ଉକ୍ତ ଯୁବକ ଏକତରଫା ପ୍ରେମ କରୁଥିଲା ।ଏ ନେଇ ନାବାଳିକା ଙ୍କ ଘର ଲୋକେ ଥାନାରେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ ।
