ନୂଆବର୍ଷରେ ଅବସର ନେଲେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର । ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ,ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। ନିଜ ପରିବାର ସହିତ ଅଧିକ ସମୟ ବିତାଇବାକୁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ମାତ୍ର ଚାମ୍ପିଅନ୍ ଟ୍ରଫିରେ ଶୀର୍ଷ ବ୍ୟାଟର ପାଇଁ ଅବଶ୍ୟକ ପଡ଼ିଲେ ପୁଣି ଥରେ ଅଷ୍ଟ୍ରେଲିଆ ଟିମକୁ ଫେରିପାରନ୍ତି କହିଛନ୍ତି । ଚାମ୍ପିଅନ୍ ଟ୍ରଫିରେ ୨୦୨୫ରେ ହେବାକୁ ଯାଉଛି । ୱାର୍ନର ମଧ୍ୟ ଦୁଇଥର ବିଶ୍ୱକପ ବିଜେତା। ତାଙ୍କ ଦଳ ୨୦୧୫ ରେ ଘରୋଇ ପଡିଆରେ ଏବଂ ପୁନର୍ବାର ୨୦୨୩ ରେ ଭାରତରେ ଟାଇଟଲ ଜିତିଥିଲା। ସେ ୨୦୧୫ ବିଶ୍ୱକପର ଆଠ ଇନିଂସରେ ହାରାହାରି ୪୯.୨୮ ଏବଂ ଷ୍ଟ୍ରାଇକ ହାର ୧୨୦.୨୦ ରେ ୩୪୫ ରନ ସଂଗ୍ରହ କରିଥିଲେ ।
ସେ ଏକ ଶତକ ହାସଲ କରିଥିଲେ। ସେ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍ ହୋଇଥିଲେ। ୨୦୨୩ ବିଶ୍ୱକକରେ ସେ ୧୧ ଟି ମ୍ୟାଚରେ ହାରାହାରି ୪୮.୬୩ ଏବଂ ଷ୍ଟ୍ରାଇକ ହାର ୧୦୮.୨୯ରେ ୫୩୫ ରନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେ ବିଶ୍ୱକପରେ ଦୁଇଟି ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଥିଲେ।