ରାୟଗଡ ତା ୧୯/୦୫ (ନିପ୍ର) ଏକ୍ସପାଇରି ଦ୍ରବ୍ୟ ବିକିବା ସହ ନିଜର ବଡିମା ଦେଖାଇ ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ। ସୂଚନା ମୁତାବକ ଗତ ୧୪ ତାରିଖ ଦିନ ଜଣେ ଗ୍ରାହକ ସଂଗ୍ରାମ ପଟ୍ଟନାୟକ ୨୭୨ ଟଙ୍କା ଦେଇ ୧୦୦୦ ଗ୍ରାମର ଆଳୁ ଭୂଜିଆ କ୍ରୟ କରିଥିଲେ। କିନ୍ତୁ ତାହା ଘରକୁ ଯିବା ପରେ ଏକ୍ସପାଇରି ହୋଇଥିବା ଜାଣିଥିଲେ । ଏହାକୁ ନେଇ ଉକ୍ତ ଗ୍ରାହକ ବିଶାଲ ମାର୍ଟର ଟିମ୍ ଲିଡର ସନ୍ଦୀପ ଶତପଥିଙ୍କୁ ଉକ୍ତ ବିଲ୍ ନେଇ ଅବଗତ କରାଇଥିଲେ ସୁଦ୍ଧା ଏହା ଆମେ ବିକ୍ରି କରିନାହୁଁ ବୋଲି କହି ରୋକଠୋକ ମନା କରିଦେଇଥିଲେ । ଏହା ସହ ବିଶାଲ ମାର୍ଟ କର୍ତ୍ତୁପକ୍ଷଙ୍କ ତରଫରୁ ଧମକ ଚମକ ଦେଇଥିବା ଭଳି ଘଟଣା ମଧ୍ୟ ହୋଇଥିବା ଗ୍ରାହକ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜି ଉକ୍ତ ଘଟଣାକୁ ନେଇ ବିଶାଲ ମାର୍ଟର ଟିମ୍ ଲିଡର ସନ୍ଦିପ ଶତପଥୀଙ୍କୁ ପଚାରିବାରୁ ସେ ବିଭିନ୍ନ ବାହାନା କରି ଏଡ଼ାଇ ଦେଇଥିଲେ। ଯାହାଫଳରେ ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନଙ୍କୁ ଏ ନେଇ ଅବଗତ କରିବା ପରେ ସେ ଆସି ଉକ୍ତ ବିକ୍ରି ହୋଇଥିବା ଏକ୍ସପାଇରି ଖାଦ୍ୟ ଦ୍ରବ୍ୟକୁ ପରଖିବା ପରେ ଜବତ କରିବା ସହ ୧ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ ଓ ଏହା ସାତ ଦିନ ଅବଧି ଭିତରେ ଉକ୍ତ ଜୋରିମାନା ରାଶି ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ଉକ୍ତ ମାର୍ଟରେ ଅନେକ ଖାଦ୍ୟ ଦ୍ରବ୍ୟର ଏକ୍ସପାଇରି ତାରିଖରେ ଗଡବଡ ଥିବା ଦେଖି ଆଚାର ଓ ଅନ୍ୟାନ୍ୟ ଦ୍ରବ୍ୟକୁ ନିଜ ସହ ନେଇ ଲାବକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଥିଲେ। ଏହା ସହ ଉକ୍ତ ମାର୍ଟ ରାସ୍ତା କଡ଼ରେ ଥିବା ବେଳେ ରାସ୍ତା ଉପରେ ବାଡ଼ ତିଆରି କରିଥିବା ଦେଖିବା ସହ ଡ୍ରେନ ଉପରେ ଟାଇଲସ୍ ପକେଇ ନିଜ ଅକ୍ତିଆରରେ ରଖିଥିବା ବେଳେ ରାୟଗଡ଼ା ପୌର ପରିଷଦ କର୍ତ୍ତୁପକ୍ଷ ଆସି ଉକ୍ତ ବାରକେଡକୁ ହଟାଇବା ସହ ସନ୍ଧ୍ୟା ଭିତରେ ଡ୍ରେନ ଉପରୁ ଅଧିଗ୍ରହଣ ହଟାଇବା ନେଇ ଚେତାବନୀ ଦେଇଛନ୍ତି ତାଙ୍କ ସହ ପୌର ପରିଷଦର ଏସ 8କରି ବୁଲୁ ଦାସ। ନୋଚେତ ପୌର ପରିଷଦ ତରଫରୁ ଭଙ୍ଗାଯିବ ବୋଲି ପୌର ପରିଷଦ ପକ୍ଷରୁ ଟ୍ୟାକ୍ସ ଅଧିକାରୀ ବାବୁଲି ରଥ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ସେହି ସମୟରେ ପୌର ପରିଷଦ ଟ୍ୟାକ୍ସ ଅଧିକାରୀ ଲକ୍ଷ୍ମୀକାନ୍ତ ଦାଶ ଓ ତ୍ରିନାଥ ପଣ୍ଡା ତାଙ୍କ ସହ ଉପସ୍ଥିତ ଥିଲେ।