ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ଦିବ୍ୟାଭାରତୀଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏମିତିକି ଯୁବକ ଜଣକ ଦିବ୍ୟାଭାରତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲା। ହେଲେ ବିବାହ ପାଇଁ ସ୍ପଷ୍ଟ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଶରତ, ଦିବ୍ୟାଭାରତୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।
ଆଉ ବୁଧବାର ଦିବ୍ୟାଭାରତୀ ଅଙ୍ଗନବାଡ଼ିରୁ ଫେରୁଥିବାବେଳେ ରାସ୍ତାର ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଆକ୍ରମଣ କରିଥିଲେ। ଯେଉଁଥିରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଦିବ୍ୟାଭାରତୀଙ୍କ କାକା ହେମଗିର ଥାନାରେ ଲିଖିର ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଅଭିଯୁକ୍ତ ଶରତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୁଲିସ୍।