ଏକ ମଞ୍ଚରେ ଉପରେ କାନ୍ଦି ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ତେବେ ଜନ୍ମଦିନରେ ଦ୍ରୌପଦୀ ମୁର୍ମୁ ଡେରାଡୁନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଆମିର ଖାନଙ୍କ ଚଳଚ୍ଚିତ୍ର ‘ତାରେ ଜମିନ୍ ପର’ର ଏକ ଗୀତ ଗାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାବପ୍ରବଣ ହେବାର ଦେଖି, ପଛରେ ଠିଆ ହୋଇଥିବା ସୁରକ୍ଷାକର୍ମୀ ତାଙ୍କୁ ଏକ ରୁମାଲ ଦେଇଥିଲେ।ରାଷ୍ଟ୍ରପତି ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି କହିଥିଲେ, ମୋ ଜନ୍ମଦିନ ଅବସରରେ ମୁଁ ଏଠାକୁ ଆସି ବହୁତ ଖୁସି। ଯେତେବେଳେ ମୁଁ ପିଲାମାନଙ୍କୁ ଗୀତ ଗାଉଥିବାର ଦେଖୁଥିଲି, ମୋ ଆଖିରୁ ଲୁହ ବନ୍ଦ ହେଉନଥିଲା। ଏହି ପିଲାମାନେ ସେମାନଙ୍କ କଣ୍ଠରୁ ନୁହେଁ, ହୃଦୟରୁ ଗୀତ ଗାଉଥିଲେ। ମୁଁ ଅନୁଭବ କରୁଛି ଯେ ସରସ୍ୱତୀ ସେମାନଙ୍କ କଣ୍ଠରେ ବସିଛନ୍ତି।କୁହାଯାଏ ଯେ ଯଦି ଭଗବାନ କାହାର ଶରୀରରେ କିଛି ଅଭାବ ଦିଅନ୍ତି, ତେବେ ସେ ତାଙ୍କୁ ଏପରି ପ୍ରତିଭା ଦିଅନ୍ତି ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ।

ଅଧିକ ପଢନ୍ତୁ

Odisha Darpan Digital