ଏଡିଆର ରିପୋର୍ଟ ମୁତାବକ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା

୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପିକୁ ୨୨୪୩ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି । ଯାହା ଦେଶର ଜାତୀୟ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ । ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ADR) ରିପୋର୍ଟରେ ଏହା ସାମନାକୁ ଆସିଛି । ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରିପୋର୍ଟରେ ରାଜେନୖତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ପାଇଥିବା ଉଲ୍ଲେଖ କରାଯାଇଛି ।ରାଷ୍ଟ୍ରୀୟ ଦଳଙ୍କ ଘୋଷଣା ମୁତାବକ, ମୋଟ ଚାନ୍ଦା ୧୨,୫୪୭ ରହିଛି, ଯାହାର ମୋଟ ରକମ ୨,୫୪୨.୨୮ କୋଟି ଟଙ୍କା ।

ଏହା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ବୃଦ୍ଧି ଘଟିଛି । ଏକାକୀ ବିଜେପି ଦ୍ବାରା ଘୋଷିତ ଚାନ୍ଦାର ମୋଟ ୮୮ ପ୍ରତିଶତ ଅଟେ । କଂଗ୍ରେସ ୧,୯୯୪ ଚାନ୍ଦା ଜରିଆରେ ୨୮୧,୪୮ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି । ଆମ ଆଦମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) ଏହାଠାରୁ କମ୍ ରାଶିର ସୂଚନା ଦେଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ବିଜେପିର ଚାନ୍ଦା ପ୍ରତିଶତ ୨୧୧.୭୨ ପ୍ରତିଶତ ବଢଦ୍ଧି ପାଇଥିବା ବେଳେ କଂଗ୍ରେସର ଚାନ୍ଦା ପ୍ରତିଶତ ୨୫୨.୧୮ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ଆମ୍ ଆଦମୀ ପାର୍ଟିକୁ ମିଳୁଥିବା ଚାନ୍ଦାର ପ୍ରତିଶତ ହ୍ରାସ ପାଇଛି । ଆପକୁ ୨୦୨୨-୨୩ ରେ ମିଳିଥିବା ଚାନ୍ଦା ତୁଳନାରେ ୨୦୨୩-୨୪ ରେ ୭୦.୧୮ ପ୍ରତିଶତ ହ୍ରାସ ପାଇଛି ।

ଅଧିକ ପଢନ୍ତୁ

Odisha Darpan Digital