ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ

ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ଏହାସହ ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନ ହୋଇଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ଟି ପଦବି ତିଆରି କରାଯିବ । ଅବକାରୀ କନେଷ୍ଟବଳ ଡିଭିଜନ ବଦଳାଯାଇ ଜିଲ୍ଲା କ୍ୟାଡର କରାଯାଇଛି ।୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ବୈତରଣୀ ବାମ ଓ ଡାହାଣ କେନାଲ କାର୍ଯ୍ୟ ହେବ। ଏଥିସହିତ ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ଟଙ୍କା ମଞ୍ଜୁରୀ କରାଯାଇଥିବା ମନୋଜ ଆହୁଜା ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

kc ads