ଏଣିକି ଅଙ୍ଗନୱାଡି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଅଙ୍ଗନୱାଡିକୁ ଆଡପ୍ଟ କରିବେ ବିଶ୍ୱବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି ନିର୍ଦ୍ଦେଶନାମା ଜାରି କରିଛି ।ବିଶ୍ୱବିଦ୍ୟାଳୟ କରିବେ ମେଣ୍ଟରସିପ୍ । ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଫିଲ୍ଡ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ ହେବ । ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ୟୁଜିସି ।ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହା କେବଳ ଶିକ୍ଷା ନୁହେଁ ବରଂ ସମାଜ ପ୍ରତି ଛାତ୍ର ସମାଜର ଦାୟିତ୍ୱବୋଧକୁ ଆହୁରି ବୃଦ୍ଧି କରିବ ।

ଅଧିକ ପଢନ୍ତୁ