ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ

ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଅବସରରେ କହିଲେ, ପିଲାମାନେ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ସହିତ ବିକଶିତ ଓଡ଼ିଶା ଗଠନ ପାଇଁ ଏବେଠାରୁ ଦୃଢ଼ ସଂକଳ୍ପ ନିଅନ୍ତୁ। ଆଗାମୀ ପଚାଶ ବର୍ଷ ପାଇଁ ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଆ ମାଧ୍ୟମରେ ପାଠପଢ଼ା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ୯୧ ଭାଗ ପିଲାଙ୍କୁ ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ସଦୁପଯୋଗ ପାଇଁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବାରେ ସମଗ୍ର ଦେଶରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଫଳତା ପାଇଥିବା ବେଳେ ଓଡ଼ିଆ ଭାଷାରେ ଯୁକ୍ତ୨ ବିଜ୍ଞାନ ବହି ଲୋକାର୍ପଣ କରି ସଫଳତାର ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

ଅଧିକ ପଢନ୍ତୁ

Odisha Darpan Digital