ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍

ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍। ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ଖୁବ୍ ଶୀଘ୍ର ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ। ଏହା ସମୟ ଉପଯୋଗୀ ହେବ। ଲୋକଙ୍କୁ ବୁଝିଲା ଭଳି ହେବ। ସୂଚନାମୁତାବକ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ସର୍କିଟ ହାଉସ ପରିସରରେ ବସିଥିଲା । ଏଥିରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ୧୧ଟି ବ୍ଳକ ତହସିଲଦାର ଉପସ୍ଥିତ ଥିଲେ । ସତ୍ୟବାଦୀ ବିଧାୟକ ଓ ବ୍ରହ୍ମଗିରି ବିଧାୟିକା ମଧ୍ୟ ଉପସ୍ଥିତ ଥିଲେ । ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital