ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।ଏହି ଅସୀମିତ କ୍ରିକେଟ୍‌ ଅଫରରେ ଗ୍ରାହକ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ସବ୍‌ସ୍କ୍ରିପସନ୍‌ ପାଇବେ।

ଏହାର ଅର୍ଥ ହେଉଛି, ଆପଣ ବିନ କୌଣସି ମୂଲ୍ୟରେ IPL ୨୦୨୫ ର ସମ୍ପୂର୍ଣ୍ଣ ସିଜିନ୍ ଉପଭୋଗ କରିପାରିବେ ଏବଂ ତାହା ମଧ୍ୟ 4K କ୍ୱାଲିଟିରେ। ଗ୍ରାହକ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଜିଓ ହଟଷ୍ଟାର ପ୍ୟାକ୍‌ ଆସନ୍ତା ୨୨ ମାର୍ଚ୍ଚ ଅର୍ଥାତ୍‌ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍‌ ଦିନରୁ ୯୦ ଦିନ ପାଇଁ ବୈଧ ରହିବ। ଏହା ସହିତ ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍‌ ସଂଯୋଗ ମଧ୍ୟ ପ୍ରଦାନ କରିବ।ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ।

ଅଧିକ ପଢନ୍ତୁ