ଏଣିକି ଥାନାରେ ପୋଲିସ ପିନ୍ଧିଲେ ବଡ଼ି କ୍ୟାମେରା

ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିଲେ ବଡି କ୍ୟାମେରା।ସବୁ ଥାନାକୁ ଦିଆଯିବ ବଡ଼ି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । ବଡ଼ି କ୍ୟାମେରାର ଭିଜୁଆଲ ସିପି ଓ ଡିସିପି ଦେଖିବେ । ପାନିକ୍‌ ବଟନ୍ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । ଅନେକ ସମୟରେ ନାନା ଅଭିଯୋଗ ଆସିଥାଏ। କେତେବେଳେ ଥାନାରେ ଅଭିଯୋଗକାରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିଲା ତ ଆଉ କେତେବେଳେ ଅଭିଯୋଗ ଠିକ୍‌ ଭାବେ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଥିଲା। ଆଉ କେତେବେଳେ ଅଭିଯୋଗକାରୀ ଥାନାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଅଭିଯୋଗ ଗ୍ରହଣ ହେଲା ପରେ ମଧ୍ୟ ପୁଲିସ୍‌ ସହିତ ଯୁକ୍ତି ତର୍କ କରୁଥିବା ଅଭିଯୋଗ ହେଉଥିଲା। ଏପରି ଅଭିଯୋଗରୁ ମୁକ୍ତି ପାଇବା ପାଇଁ କମିଶନରେଟ୍‌ ପୁଲିସ୍‌ ଏହି ବ୍ୟବସ୍ଥାକୁ ଆଣିଛି।

ଅଧିକ ପଢନ୍ତୁ

Odisha Darpan Digital