କେବଳ ପ୍ରଥମରୁ ଅଷ୍ଟମ ନୁହେଁ। ଏଣିକି ନବମ-ଦଶମ ସ୍କୁଲ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏଣିକି ନବମ ଓ ଦଶମ ପିଲାଙ୍କୁ ବି ଦିଆଯିବ ଅଣ୍ଡା। କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା ଦେଇଛି। ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ। ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ।
