ଏଣିକି ପରିବାର ପିଛା ମିଳିବ ୩ କିଲୋ ଆଳୁ 

ଏଣିକି ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ଶହେ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇଛି । ପ୍ରତି ପରିବାର ପିଛା ୩ କେଜି ଆଳୁ ଦିଆଯିବ । କାର୍ଡଧାରୀ ଏବଂ ବିନା କାର୍ଡଧାରୀଙ୍କୁ ଆଳୁ ମିଳିବ । ପ୍ରଥମେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୦୦ ଡିଲର ପଏଣ୍ଟରେ ଆଳୁ ବିକ୍ରି ଆରମ୍ଭ ହୋଇଛି ।

ସେପଟେ କଲିକତାରୁ ଓଡିଶା ଆସିଛି ଆଳୁ ଟ୍ରକ୍ । ଆଇଗିଣିଆ ଆଳୁ ଡିପୋରେ ରାତିରେ ଲାଗିଛି ୮ଟି ଆଳୁ ଟ୍ରକ୍ । ଦର ନିୟନ୍ତ୍ରଣ ସ୍ଥିତିକୁ ନ ଆସିଲେ ବି ପୂର୍ବାପେକ୍ଷା ଦରଦାମ୍‌ରେ ସୁଧାର ଆସିବ ବୋଲି ଗ୍ରାହକ ଆକଳନ କରିଛନ୍ତି । ଅନ୍ୟପଟେ ଏବେ ବି କିଣା ଅଧିକ ଟଙ୍କା ପଡୁଥିବାରୁ କିଲୋ ପିଛା ଦର ୪୦ରୁ କମିବନି ବୋଲି ବ୍ୟବସାୟୀ କହିଥିଲେ ।

ଅଧିକ ପଢନ୍ତୁ

kc ads