ଏଣିକି ପ୍ରତି ମାସରେ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି

ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ। ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ଏଣିକି ପ୍ରତି ମାସରେ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି।। ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଭିଡ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ବୈଠକ ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ ।ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ