ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ।ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ ।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ସହ ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ । ବସ୍ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍ର ପ୍ରତ୍ୟେକ୍ କର୍ମଚାରୀ ଏ ସମ୍ପର୍କରେ ଜାଣିବା ଜରୁରୀ । ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ସେହିପରି ପ୍ରତି ୩ ମାସରେ ଥରେ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଦିଆଯାଇଛି । ସରକାରୀ ବସ୍ଗୁଡ଼ିକରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି ।
