ଏଣିକି ବସ୍‌ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ

ମଣିଷ ସମାଜ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ଵାସ କବଳିତ କରି ରଖୁଛି। ପରମ୍ପରାର ଦ୍ବାହି ଦେଇ ଅନ୍ଧବିଶ୍ଵାସ ସମତାଳରେ ଚାଲିଛି। ମହିଳା ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ ବି ପରିବହନ କ୍ଷେତ୍ରରେ ମହିଳାଙ୍କୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ବାରଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ୍ ଟର୍ମିନାଲରେ ହଠାତ୍‌ ପହଞ୍ଚି ମଙ୍ଗଳଵାର ଯାଞ୍ଚ କରିଥିଲେ । ବସ୍‌ରେ ପ୍ରଥମେ ମହିଳା ଯାତ୍ରୀ ଚଢ଼ିବାର ବ୍ୟବସ୍ଥା କରିଥିଲେ ।

ଏହି ଯାଞ୍ଚ ଆଗାମୀ ଦିନରେ ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡରେ କରାଯିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।ଏଥିସହ ଟର୍ମିନାଲରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ବସ ମାଲିକ ଓ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ବୁଝିଥିଲେ। ଏ ନେଇ ଏସଟିଏ ସଚିବ କହିଛନ୍ତି ଯେ, ମୋଟର ଯାନ ଆଇନ ଅନୁଯାୟୀ, ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଦଣ୍ଡନୀୟ ଅପରାଧ। ଏଭଳି ଆଚରଣ କଲେ ପରିବହନ ନିୟମାବଳୀରେ ଜରିମାନା ସହ ପରମିଟ ରଦ୍ଦ ଭଳି ଦଣ୍ଡବିଧାନର ପ୍ରାବଧାନ ରହିଛି।

ଅଧିକ ପଢନ୍ତୁ