ଏଣିକି ବିଧାନସଭାରେ ବିଧାୟକମାନେ ଟ୍ୟାବରେ ପଢିବେ

ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍‌ରେ ପଢ଼ିବେ ବିଧାୟକ
୧୪୭ ବିଧାୟକଙ୍କ ଟେବଲ୍‌ରେ ଏହି ଟ୍ୟାବ୍‌ ଲାଗିଛି। ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି।

ଏଥର ଦୁଇଟି ପର୍ୟ୍ୟାୟରେ ବଜେଟ ଅଧିବେଶନ ହେବ।ଶାସକ ଦଳ ମୁଖ୍ୟ ସଚେତକ ଏବଂ ବିରୋଧୀଦଳର ମୁଖ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ସାମିଲ ଅଛନ୍ତି |ଅନ୍ୟପଟେ ବିଜେଡି ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଆଜି ଅପରାହ୍ଣ ୪ଟାରେ ବସିବ । ଗୃହରେ କେଉଁ ପ୍ରସଙ୍ଗ ଉଠାଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଶାସକ ବିଧାୟକ ଦଳ ବୈଠକ ମୁଖମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ବୈଠକରେ ବିରୋଧୀ ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ଉପରେ କିପରି ଜବାବ ଦିଆଯିବ ଆଲୋଚନା କରାଯିବ ବୋଲି ବିଧାୟକ ବାବୁ ସିଂହ କହିଛନ୍ତି ।

ଅଧିକ ପଢନ୍ତୁ