ଏଣିକି ମୋବାଇଲ୍ ଆପ୍ ବ୍ୟବହାର କରି ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ। ଆପରୁ ଅନୁପସ୍ଥିତି ବିବରଣୀ ଆଧାରରେ ପରମର୍ତ୍ତୀ ଦରମା ମିଳିବ। ଲଗ ଇନ୍ ଲଗ ଆଉଟ୍ ସମସ୍ୟା ହେଲେ ରିପୋର୍ଟ କରିବାକୁ ହେବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଛତା ପାଇଁ ବିଭାଗ ପକ୍ଷରୁ ଆପ୍ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।

ଅଧିକ ପଢନ୍ତୁ