ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଏଣିକି ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ। ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି ।କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।

ସେପଟେ ପୋଷ୍ଟର ହଟାଇବା ବେଳେ ସବୁ ଦଳକୁ ସମାନ ଦୃଷ୍ଟିରେ ରଖି ପୋଷ୍ଟର ହଟାଇବା ପାଇଁ ଅନୁରୋଧ କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ପୋଷ୍ଟର ବ୍ୟାନର ଦ୍ଵାରା ସରକାରୀ ଜାଗା, ମନୁମେଣ୍ଟ ନଷ୍ଟ ହେଉଛି ବୋଲି କହିଛନ୍ତି । ଯଦି ଦଳ ଭଲ କାମ କରୁଛି ତେବେ ଏତେ ପ୍ରଚାର ର ଅବସିକତା ନାହିଁ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ

kc ads