ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡ଼ିବ ଏତିକି ଟଙ୍କା ଜୋରିମାନା

ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଅମାନିଆଙ୍କୁ ଜୋରିମାନା ଦେବାକୁ ପଡ଼ିବ। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି।ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯିବ;​‌ ମାତ୍ର ପୁନର୍ବାର ଖିଲାପ କଲେ ଜୋରିମାନା ଦୁଇଗୁଣ ଆଦାୟ କରାଯିବ। ନିଗମ ଦ୍ବାରା ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଲୋକମାନେ ସଚେତନ ଅଭାବରୁ ରାସ୍ତାଘାଟ ସଫେଇ ହେବା ପରେ ରାସ୍ତାରେ ଅଳିଆ ପକାଉଛନ୍ତି। ଘର ଦ୍ବାରମୁହଁକୁ ଗାଡ଼ି ଯାଉଥିଲେ ସୁଦ୍ଧା ଆବର୍ଜନା ଅଧିକାଂଶ ନ ଦେଇ ଘର ସମ୍ମୁଖ ରାସ୍ତାକଡ଼ରେ ଗଦା କରୁଛନ୍ତି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ସଫେଇ କର୍ମଚାରୀ ପଳାଉଥିବାରୁ ସଫେଇ ଠିକ ଭାବେ ହୋଇପାରୁ ନାହିଁ। ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରାଯାଇ ପରିମଳ ନିରୀକ୍ଷକଙ୍କ ଦ୍ବାରା ଜୋରିମାନା ଆଦାୟ କରାଯିବ ବୋଲି ନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ

kc ads