ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସାବାଡ ହେବେ ବାଲି ମାଫିଆ । ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ ।ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ୍ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେନାହିଁ । ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରୁଛନ୍ତି । କ୍ୟାବିନେଟ୍ ନିଷ୍ପତି ପରେ ଏ ନେଇ ବଡ଼ ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା ।
